Odisha Free Job Alert
Daily Update Job Portal
Odia Essay on Increasing problem of traffic jam
Posted on: 20, November 2019
Odia Essay on Increasing problem of traffic jam

ଟ୍ରାଫିକ ଜାମ ବଢିବାର ସମସ୍ୟା ଉପରେ ରଚନା 

welcome to odisha free job alert, here we dicuss odia essay on traffic jam, traffic jam odia essay.

ଟ୍ରାଫିକ ଯାମ ର ସମସ୍ୟା ରେ ଆଜି ଭାରତର ସବୁ ରାଜ୍ୟ ପରିଶାନ ଅଛି| ଯଦି ଆମେ ସହର କଥା କହିବା ଦିଲ୍ଲୀ , ବାଙ୍ଗାଲୋର , ହାଇଦ୍ରାବାଦ, ମହାରାଷ୍ଟ୍ର, ଏସବୁ ସହର ମାନଙ୍କରେ ଅଧିକ ପରିମାଣରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି |

ଉ ଦାହର ଣ ସ୍ୱରୂପ ଯଦି ଆମେ ଆମର ରାଜଧାନୀ ଦିଲ୍ଲୀ କଥା କହିବା ଟ୍ରାଫିକ ସମସ୍ୟା ଯେ ଲୋକମାନେ  ବହୁତ ଅସ୍ତଵ୍ୟସ୍ଥ ହେଇପଡ଼ନ୍ତି , ଯଦିଓ ଯିବା ଆସିବା ପାଇଁ ମେଟ୍ରୋ ଟ୍ରେନ ଚାଲିଛି ତାପରେ ମଧ୍ୟ ସ୍ଥିତି ଗମ୍ଭୀର ହୋଇପଡେ ସକାଳ 8 : 00 ରୁ 11:00 ପର୍ଯ୍ୟନ୍ତ ଏବଂ ରାତି 7:00 ରୁ 10 :00 ପର୍ଯ୍ୟନ୍ତ | ବର୍ଷା ଦିନରେ ଏମିତି ଟ୍ରାଫିକ ସମସ୍ୟା ରୁହେ ଯେ ଯଦି ଆପଣ ନିଜ ଅଫିସ ରୁ 7:00 ରେ ଘରକୁ ବାହାରନ୍ତି ଘରକୁ ପହଂଚିବା ବେଳେକୁ ରାତି 12ଟା ହେଇଯାଇଥାଏ |

ମୁଁ କିଛି ସମୟ ଦିଲ୍ଲୀରେ ବିତାଇଥିଲି ଏବଂ ସେତେବେଳେ ମୋତେ ମଧ୍ୟ ଏହି ସମସ୍ୟାର ସାମନା କରିବାକୁ ପଡିଥିଲା | ତାପରେ ମୁଁ ଏହାର କାରଣ ର ବିସ୍ଲେସଣ କରିବା ପ୍ରାରମ୍ଭ କଲି ଆଉ ଜାଣିବାକୁ ପାଇଲି ଏହାର ମୁଖ୍ୟ କାରଣ ଦିଲ୍ଲୀ ର ଜନସଂଖ୍ୟା ମଧ୍ୟରେ ଉଚ୍ଚ ବର୍ଗର ଲୋକଙ୍କ ସଂଖ୍ୟା ବହୁତ ବେଶୀ ଓ ଆରାମ ରେ ଜୀବନ ଜାପାନ କରିବା ତାଙ୍କର ଗୋଟେ ଆଦତ ଓ ସେମିତି ଭି ସେମାନେ ନିଜର ଧନ ସମ୍ପତିକୁ ଅନ୍ୟ ଲୋକଙ୍କ ଆଗରେ ଦେଖେଇବାକୁ କେବେ ହାତଛଡା କରନ୍ତିନି | ଯାହାଫଳରେ ଯଦି ଗୋଟିଏ ପରିବାରରେ 5 ସଦସ୍ୟ ଅଛନ୍ତି ସମସ୍ତଙ୍କ ପାଖରେ ନିଜର ନିଜର ଅଲଗା ଅଲଗା ମୋଟର ରଖିଥାନ୍ତି | ଉଦାହରଣ ମାଧ୍ୟମରେ ବୁଝାଇବାକୁ ଚେଷ୍ଟା କରୁଛି ଭାବିନିଅନ୍ତୁ ଯଦି ପରିବାର ର 3 ସଦସ୍ୟ ଙ୍କ ଅଫିସ ଗୋଟିଏ ରାସ୍ତା ରେ ପଡିଥାଏ ସେମାନେ ଗୋଟିଏ ଗାଡି ରେ ଗଲେ ଚଳି ଯାଆନ୍ତା କିନ୍ତୁ ସେମାନେ ନିଜ ନିଜ  ଟା ଗାଡି ନେଇକି ଯାଇଥାନ୍ତି | ଏଥିରେ ତ ଯେମିତି ହେଲେ ମଧ୍ୟ ଟ୍ରାଫିକ ଯାମ ହେବ | ଟ୍ରାଫିକ ଯାମ ହେବାର ଦ୍ଵିତୀୟ ମହତ୍ଵପୁର୍ଣ କାରଣ ହେଉଛି ହୁ ହୁ ହେଇ ବଢୁଥିବା ଜନସଂଖ୍ୟା ଯଦି ଏହା ଉପରେ ରୋକ ଲଗାଯିବ ନାହିଁ ତାହେଲେ ଆହୁରି ମଧ୍ୟ ଟ୍ରାଫିକ ଯାମ ହେବାର କୌଣସି ଦୁଵିଧା ନାହିଁ | ଆଗରୁ ମଧ୍ୟ ଯାନ ବାହାନ ଥିଲା ଲୋକମାନେ ମଧ୍ୟ ଥିଲେ କିନ୍ତୁ ଏତେ ପରିମାଣରେ ଲୋକମାନେ ବ୍ୟବହାର କରୁ ନଥିଲେ | ସେଥିପାଇଁ ସେହି ସମୟରେ କୌଣସି ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁନଥିଲା |


କମ୍ପୁଟର ରିଭୁଲେସନ ରଚନା ବିଷୟରେ ପଢିବା ପାଇଁ ଏଠି କ୍ଲିକ କରନ୍ତୁ 


ଯେତେବଳେ ଆମେ ଟ୍ରାଫିକ ରେ ଫସି ରହିଥାଉ ଆମେ ଭାବିଥାଉ ଏହା ଶାସନ ର ବିଫଳତା ଏବଂ ସରକାରଙ୍କୁ ଦୋଷ ଦେଇ ଥାଉ କିନ୍ତୁ ଯେତେ ପର୍ଯ୍ୟନ୍ତ ଆମେ ସରକାରଙ୍କ ସହ କାନ୍ଧରେ କାନ୍ଧ ନ ମିଳାଇ ଚାଲିବା ସେତେ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ କେବେବି ହେବନି | ସରକାର ସବୁବେଳେ ଲୋକଙ୍କୁ ଅପିଲ କରୁଛନ୍ତି ଯଦି ଏକ ଅଫିସ ର କିଛି କର୍ମଚାରୀ ଗୋଟେ ସ୍ଥାନରୁ ଆସୁଛନ୍ତି ତାହେଲେ ତାଙ୍କୁ ବାହାନ କୁ ପୁଲିଂ କରିବା ଦରକାର ଯାହାଫଳରେ ପାଞ୍ଚ ଗାଡି ବଦଳରେ ଗୋଟେ ଗାଡି ରେ ସମସ୍ତେ ଯାଆନ୍ତୁ ଯାହା ଫଳରେ ଟ୍ରାଫିକ ସମସ୍ୟା କମିଯିବା ସହ ପେଟ୍ରୋଲ ଓ ଡିଜେଲ ର ଖର୍ଚ ମଧ୍ୟ ବହୁତ କମିଯିବ ଏହି କଥା ଉପରେ ବିଚାର କରିବା ଲୋକଙ୍କ ଆବଶ୍ୟକତା ଅଟେ |

କେବେ କେବେ ତ ଟ୍ରାଫିକ ଯାମ ହେବା ଦ୍ୱାରା ବହୁତ ଲୋକଙ୍କର ମୃତ୍ୟୁ ମଧ୍ୟ ହେଇସାରିଛି ଏମିତି ଖବର ସମାଚାର ରେ ଶୁଣିବାକୁ ମିଳିଥାଏ | ଟ୍ରାଫିକ ସମସ୍ୟା ଯୋଗୁଁ ରୋଗୀ ବ୍ୟକ୍ତି ଠିକ ସମୟରେ ହସ୍ପିଟାଲ କୁ ପହଂଚି ପାରିନଥାଏ ଯାହା ଫଳରେ ରାସ୍ତା ମଝିରେ ତାର ମୃତ୍ୟୁ ଘଟିଥାଏ | କିଛି ଜଣ ଲୋକ ମଧ୍ୟ ଟ୍ରାଫିକ ରେ ଫସି ଶ୍ୱାସ ରୁଦ୍ଧ ହେଇ ମଧ୍ୟ ନିଜ ଜୀବନ ହରାଇଛନ୍ତି | ବହୁତ ଲୋକଙ୍କର ଏହି ଟ୍ରାଫିକ ସମସ୍ୟା ଯୋଗୁଁ ଅଫିସ ରେ ବିଳମ୍ବ ହେଉଛି , ସ୍କୁଲ ଛାତ୍ର ଛାତ୍ରୀ ଠିକ ସମୟରେ ସ୍କୁଲ ରେ ପହଂଚି ପାରୁନାହାନ୍ତି , ପରୀକ୍ଷା ଦେବାକୁ ଯାଉଥିବା ବ୍ୟକ୍ତି ମଧ୍ୟ ଠିକ ସମୟରେ ପରୀକ୍ଷା ହଲ ରେ ପହଂଚି ପାରୁ ନାହାନ୍ତି | ତା ସହିତ ଏହାର କୁପରିଣାମ ସମସ୍ତ ଜନସାଧାରଣ ଭୋଗୁଛନ୍ତି | ଉଦାହରଣ ସ୍ୱରୂପ ଯଦି ଗୋଟେ ବ୍ୟକ୍ତି ଏୟାରପୋଟ କୁ ବାହାରିବ ତାକୁ ହାରାହାରି 4 ଘଣ୍ଟା ଆଗରୁ ଘରୁ ବାହାରିବାକୁ ପଡିଥାଏ , ଏହାର ମୁଖ୍ୟ କାରଣ ହେଉଛି ଟ୍ରାଫିକ ସମସ୍ୟା| ଏହା କେବଳ ଲୋକଙ୍କୁ ପରିଶାନ କରୁନାହିଁ ବରଂ ଆମର ପରିବେଶ ଉପରେ ମଧ୍ୟ ବହୁତ କୁପରିମାଣ ପଡୁଛି | ଜାଣିଥିବେ ଆପଣ ଗୋଟେ କଥା ଏକ ଅନୁଷ୍ଠାନ ରିପୋର୍ଟ ଅନୁସାରେ ଦିଲ୍ଲୀ ର ବାୟୁ ସବୁଠୁ ବେଶୀ ଖରାପ ହେଇଯାଇଛି କଣ ପାଇଁ ଏହି ଟ୍ରାଫିକ ସମସ୍ୟା ଯୋଗୁଁ |

ଏ ଉପରେ ସରକାର ଙ୍କର ଦୃଷ୍ଟି ଦେବା ସହ ଆମେ ମଧ୍ୟ ଏହା ଉପରେ ଦୃଷ୍ଟି ଦେବା ଉଚିତ| ସରକାର ନିଜର କାମ କରନ୍ତୁ କିନ୍ତୁ ଟ୍ରାଫିକ ସମସ୍ୟା ରୋକିବା ରେ ଆମ୍ଭ ମାନଙ୍କର କର୍ତବ୍ୟ କଣ ସେ ଉପରେ ଆମେ ନିଜେ ବିଚାର କରିବା ଉଚିତ | ପ୍ରତ୍ୟକ ବ୍ୟକ୍ତି ଯଦି ନିଜେ ନିଜେ ଏହି ଟୋପିକ ଉପରେ ବିଚାର କରନ୍ତି ତାହେଲେ କିଛିଟା ଟ୍ରାଫିକ ସମସ୍ୟା କମିଯିବ |

ଯଦି ପୋଷ୍ଟ ଟି ଭଲ ଲାଗିଲା ସମସ୍ତଙ୍କୁ ସେୟାର କରନ୍ତୁ | ଅନ୍ୟ ମାନଙ୍କୁ ପଢିବାରେ ସାହାଯ୍ୟ କରନ୍ତୁ |


କ୍ରିଷ୍ଟିମସ ଦିବସ ଉପରେ ରଚନା ଇଂରାଜୀ ପଢିବା ପାଇଁ ଏଠି କ୍ଲିକ କରନ୍ତୁ 


 


, , , , , , ,

Leave a Reply

Your email address will not be published. Required fields are marked *

ଆପଣ ମାନେ ଫ୍ରି ଜବ ଅପଡେଟ ଚାହୁଁଛନ୍ତି କି ?
Dismiss
Allow Notifications