Odia Essay on Paribes Surakhya
welcome to odisha free job alert, here we discuss an odia essay topic paribes surakhya or paribesa ra sarakhyan ( ପରିବେଶ ର ସଂରକ୍ଷଣ) odia essay paribes surkahya odia essay, parjyabarana ra surkhya.
ପରିବେଶ ସଂରକ୍ଷଣ ଉପରେ ରଚନା
ଯଦି ଆମେ ଆମର ଚାରି ଆଡକୁ ଦେଖିବା ଇଶ୍ଵର ବନେଇଥିବା ଅଦ୍ଭୁତ ପର୍ଯାବରଣ ର ସୁନ୍ଦରତା ଦେଖି ମନ ପ୍ରଫୁଲ୍ଲିତ ହୋଇ ଯାଇଥାଏ | ପର୍ଯାବରଣ ର କୋଳରେ ବହୁତ ସାରା ସୁନ୍ଦର ଫୁଲ , ହରା ଭରା ବୃକ୍ଷ , ସବୁଜ ଲତା ଓ ବିଭିନ୍ନ ପ୍ରକାର ର ପକ୍ଷୀ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ଅଟେ | ଆଜି ମଣିଷ ନିଜର ଅଭିଳାଷ ପୁରଣ ପାଇଁ ପର୍ଯାବରଣ ଉପରେ ନିଜର ହସ୍ତକ୍ଷେପ କରୁଛି | ମଣିଷ ନିଜର ପରିବାର , ବନ୍ଧୁ କୁଟୁମ୍ବ ର ଖିଆଲ ବହୁତ ରଖିଥାଏ କିନ୍ତୁ ଯେତେବେଳେ ପର୍ଯାବରଣ ର ଖିଆଲ କଥା ଆସେ ବାସ ଗାନ୍ଧୀ ଜୟନ୍ତୀ , ସ୍ଵଛ ଭାରତ ଅଭିଯାନ , ସ୍ୱାଧୀନତା ଦିବସ ରେ ହିଁ ପର୍ଯାବରଣ ର ସୁରକ୍ଷା କଥା ମନକୁ ଆସିଥାଏ | ଯଦି ଆମେ ପ୍ରତିଦିନ ଯଦି ପର୍ଯାବରଣ କୁ ସୁରକ୍ଷା କରିବା ତାହା ହେଲେ ଆମେ ପ୍ରଦୂଷଣ ରୁ ବଞ୍ଚି ପରିବା |
କମ୍ପୁଟର ରିଭୋଲେସନ ଉପରେ ରଚନା ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ
ଆମର ଭାରତ ଦେଶ ରେ ଭାରତୀୟ ସମ୍ବିଧାନ 1950 ରେ ଲାଗୁ ହୋଇଥିଲା ପରନ୍ତୁ ଠିକ ଭାବରେ ପର୍ଯାବରଣ ସଂରକ୍ଷଣ ସହିତ ଯୋଡି ନଥିଲା | 1972 ମସିହାରେ ଷ୍ଟୋକହୋମ ସମ୍ମେଳନ ରେ ଭାରତ ସରକାରଙ୍କର ଧ୍ୟାନ ପର୍ଯାବରଣ ସଂରକ୍ଷଣ ଉପରେ ଆସିଲା ଏବଂ ସରକାର 1976 ରେ ସମ୍ବିଧାନ ର ସଂଶୋଧନ କରି ନୁଆଁ ଅନୁଛେଦ ଯୋଡ଼ାଗଲା | ଅନୁଛେଦ 48A ରେ ସରକାର ନିର୍ଦେଶ ଦେଲେ କି ଲୋକମାନେ ପର୍ଯାବରଣ ର ସୁରକ୍ଷା କରନ୍ତୁ |
ପର୍ଯ୍ୟବରଣ ସଂରକ୍ଷଣ ର ଉପାୟ :
ବିଶ୍ୱ ପର୍ଯାବରଣ ସଂରକ୍ଷଣ ଅଧିନିୟମ ସଂଯୁକ୍ତ ରାଷ୍ଟ୍ର ରେ ପର୍ଯାବରଣ ପାଇଁ ମାନାଯାଇଥାଏ ଏବଂ ଏହା ଉତ୍ସବ ଭାବରେ ମାନାଯାଇଥାଏ | ଏହି ଦିନ ସ୍ଥାନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥାଏ | ଆମ ଦେଶରେ ଏମିତି ଏକ ବଡ଼ କାର୍ଯ୍ୟ ହେଵ ଲୋକ ମାନେ ଭାବନ୍ତି ସରକାର କରିବେ ନହେଲେ ବଡ଼ ବଡ଼ କମ୍ପାନୀ ପର୍ଯାବରଣ ଦିବସ ଉପରେ କାର୍ଯ୍ୟ କରିବେ କିନ୍ତୁ ଏହା ହୋଇ ନଥାଏ | ଯଦି ପ୍ରତ୍ୟକ ବ୍ୟକ୍ତି ଏହାକୁ ନିଜର କର୍ତବ୍ୟ ବୋଲି ମାନନ୍ତି ତାହେଲେ ପର୍ଯାବରଣ ର ସଂରକ୍ଷଣ କରା ଯାଇ ପାରିବ | ଆଜିର ମାନବ ନିଜର ପ୍ରଗତି ନାମରେ ପର୍ଯାବରଣ କୁ ନିଜେ ହିଁ ବିକୃତ କରିବାରେ ଲାଗିଛି | ପର୍ଯାବରଣ ଏମିତି ଏକ ଶବ୍ଦ ଯାହା ପ୍ରକୃତି ଦ୍ୱାରା ପ୍ରଦାନ କରା ଯାଇଛି | ସମସ୍ଥ ଭୌତିକ ଏବଂ ସାମାଜିକ ବାତାବରଣ ପର୍ଯାବରଣ ର ଅନ୍ତର୍ଗତ ରେ ଆସିଥାଏ | ଏହାର ଅନ୍ତର୍ଗତ ରେ ଜଳ , ବାୟୁ, ଗଛ, ଲତା, ପର୍ବତ, ପ୍ରାକୃତିକ ସମ୍ପଦ ସବୁ ପର୍ଯାବରଣ ଅନ୍ତର୍ଗତ ରେ ଆସିଥାଏ | “ଗୋ ଗ୍ରୀନ” କହିବା ପାଇଁ ଖାଲି ଏହି ଶବ୍ଦ ପ୍ରଯୁଜ୍ୟ ନୁହେ କେମିତି ସମସ୍ଥ ବ୍ୟକ୍ତି ପର୍ଯାବରଣ ର ସଂରକ୍ଷଣ କରିବାର ନିଜର କର୍ତବ୍ୟ ଭାବିବେ ସେ ଉପରେ ଧ୍ୟାନ ଦେବା ଉଚିତ |
ଶିକ୍ଷାର ମହତ୍ୱ ଉପରେ କ୍ଲିକ କରିବା ପାଇଁ ଏଠି କ୍ଲିକ କରନ୍ତୁ
[wp-review id=”2029″]
ପର୍ଯାବରଣ ସଂରକ୍ଷଣ ର ତିନୋଟି ପ୍ରମୁଖ ଉପାୟ
(i) ପର୍ଯାବରଣ ସଂରକ୍ଷଣ କୁ କ୍ଷତି ପହଞ୍ଚୁଥିବା ଜିନିଷ କୁ କମ ଉପଯୋଗ କରିବା ଉଚିତ ଯେମିତି ପ୍ଲାଷ୍ଟିକ ବ୍ୟାଗ , ପଲିଥିନ ଇତ୍ୟାଦି |
(ii) ଜିନିଷକୁ ପୁନରୁବୃତି କରିବା ଦରକାର | ଏମିତି ଆମେ ଜିନିଷକୁ କୁ ବ୍ୟବହାର କରିବା ଦରକାର କି ଯେଉଁ ଜିନିଷକୁ ଆମେ ପୁଣି ଥରେ ବ୍ୟବହାର କରି ପରିବା ଯେମିତି କାଚ, କାଗଜ, ପ୍ଲାଷ୍ଟିକ ତଥା ଧାତୁରେ ତିଆରି ଜିନିଷ ଯାହାକୁ ଆମେ ଆଉଥରେ ବ୍ୟବହାର କରି ପରିବା |
( iii) କିଛି ଏମିତି ଜିନିଷ ଅଛି ଯାହାକୁ ଆମେ ଥରେ ବ୍ୟବହାର କଲେ ମଧ୍ୟ ଆଉ ଥରେ ବ୍ୟବହାର କରି ପାରିଥାଉ | ଯେମିତି ମଦ ବୋତଲ , ଖାଲି ଜାର , ଖବର କାଗଜ ଇତ୍ୟାଦି ଜିନିଷ କୁ ଆମେ ଆଉଥରେ ବ୍ୟବହାର କରି ପରିବା |
ପର୍ଯାବରଣ ସଂରକ୍ଷଣ କୁ କ୍ଷତି ପହଞ୍ଚାଉ ଥିବା ମୁଖ୍ୟ ପ୍ରକାର :
(1) ଜଳ ପ୍ରଦୂଷଣ
(2) ବାୟୁ ପ୍ରଦୂଷଣ
(3) ଧ୍ୱନି ପ୍ରଦୂଷଣ
(4) ରେଡିଓଧର୍ମୀ ପ୍ରଦୂଷଣ
(5) ପ୍ରକାଶ ପ୍ରଦୂଷଣ
(6) ଭୂମି ପ୍ରଦୂଷଣ
ଏହି ପ୍ରକାର ର ପ୍ରଦୂଷଣ ଉପରେ ଯଦି ଆମେ ରୋକ ଲଗାଇ ପରିବା ତଥା ଏହି ସବୁ ପ୍ରଦୂଷଣ କୁ ଆମେ କମ କରି ପାରିବା ତାହେଲେ ଆମେ ପର୍ଯାବରଣ ର ସୁରକ୍ଷା ରଖି ପାରିବା |
ପ୍ରଦୂଷଣ କୁ ରୋକିବାର ପ୍ରମୁଖ ଉପାୟ :
ଆଜିର ଦିନରେ ପ୍ରଦୂଷଣ ର ମୁଖ୍ୟ କାରଣ ହେଉଛି ଜନସଂଖ୍ୟା ବୃଦ୍ଧି | ଜନସଂଖ୍ୟା ବୃଦ୍ଧି ହେବା ଯୋଗୁଁ ସେତିକି ମଧ୍ୟ ଜିନିଷ ଲୋକଙ୍କ ପାଇଁ ଦରକାର ପଡୁଛି | ଜମି , ଭୂମି, ମଟର ଯାନ , ଘର ବଙ୍ଗଳା ବଢିବା ଦ୍ୱାରା ପ୍ରବଳ ମାତ୍ରା ରେ ଗଛ କଟା ଯାଉଛି | ଯାହା ଫଳରେ ବହୁତ ଜୀବଜନ୍ତୁ ଏଥିରେ ମୃତ୍ୟୁ ବରଣ କରୁଛନ୍ତି | କଳକାରଖାନା ମାନଙ୍କର ଏମିତି ଗ୍ୟାସ ଆସୁଛି କି ମଣିଷ ଶାନ୍ତିରେ ନିଶ୍ୱାସ ଟିକେ ମଧ୍ୟ ନେଇପାରୁନି | ଗାଡି ମଟର କଥା ତ ନ କହିଲେ ଭଲ , ଏତେ ଗାଡି ମଟର ବ୍ୟବହାର ହେବା ଯୋଗୁଁ ତାଠୁ ନିର୍ଗତ ହେଉଥିବା ବିଷାକ୍ତ ଧୂଆଁ ପରିବେଶ କୁ ପ୍ରଦୂଷଣ କରି ଦେଉଛି | ଆଜିର ସମୟରେ ଆମେ ତ ପ୍ରଦୂଷଣ କୁ ରୋକି ପାରିବନି କିନ୍ତୁ ରୋକିବା ପାଇଁ ଟିକିଏ ତ ଚେଷ୍ଟା କରି ପରିବା |
(କ) ବୃକ୍ଷରୋପଣ କରିବା ଦରକାର
(ଖ) ଜନସଂଖ୍ୟା ବୃଦ୍ଧି ରେ ରୋକ ଲଗାଇବା ଦରକାର
(ଗ) ଅଧିକ ମଟର ଯାନ ବ୍ୟବହାର ନ କରିବା ଉଚିତ
(ଘ) ଅଧିକ ଧୂଆଁ ନିର୍ଗତ କରୁଥିବା କଳକାରଖାନା ମାନଙ୍କୁ ବନ୍ଦ କରିବା ଦରକାର
(ଚ) ଅଧିକ ଧ୍ୱନି କରୁଥିବା ଜିନିଷ କୁ ବନ୍ଦ କରିବା ଉଚିତ
(ଛ) ପ୍ଲାଷ୍ଟିକ କୁ ବର୍ଜନ କରିବା ଉଚିତ
ଶିକ୍ଷାର ପଦ୍ଧତି ଉପରେ ରଚନା ପଢିବା ପାଇଁ ଏଠି କ୍ଲିକ କରନ୍ତୁ
ପର୍ଯାବରଣ ପ୍ରଦୂଷଣ ର ଘାତକ ପ୍ରଭାବ :
ଆଜିର ଯୁଗ ଆଧୁନିକ ଯୁଗ ଅଟେ , ଏବଂ ପୁରା ସଂସାର ପର୍ଯାବରଣ ପ୍ରଦୂଷଣ ରେ ପୀଡିତ ଅଟେ | ଯଦି ମନୁଷ୍ୟ ଏକ ନିଶ୍ୱାସ ମଧ୍ୟ ନେଉଛି ତାକୁ ହାନିକାରକ ବିଷ ଗ୍ୟାସ ମିଳୁଛି | ଏହା ଦ୍ୱାରା ମନୁଷ୍ୟ ପାଖରେ ନାନାଦି ରୋଗ ହେଉଛି | ପରିବେଶ ପ୍ରଦୂଷଣ ହେବା ଯୋଗୁଁ ପରିବେଶ ତାର ନିୟନ୍ତ୍ରଣ ହରେଇ ବସୁଛି | ସେଥିପାଇଁ ବନ୍ୟା, ବାତ୍ୟା, ସୁନାମି ,ଭୂମିକମ୍ପ ବହୁତ ପରିମାଣରେ ହେଉଛି ଏମିତି କି ବର୍ଷା ଦିନେ ବର୍ଷା ନ ହୋଇ ଶୀତ ଦିନରେ ହେଉଛି ଏ ସବୁ ର ମୁଖ୍ୟ କାରଣ ହେଉଛି ପର୍ଯାବରଣ ର ପ୍ରଦୂଷଣ | ଯଦି ଏମିତି ପରିବେଶ ପ୍ରଦୂଷଣ ହୋଇ ଚାଲିଥାଏ ଏମିତି ଏକ ଦିନ ଆସିବ ପୃଥିବୀରେ ଆଉ ଜୀବଜନ୍ତୁ କିମ୍ବା ଗଛ ଲତା ନଥିବେ ସମସ୍ତେ ପ୍ରଦୂଷଣ ରେ ବିଲୀନ ହେଇଯିବେ | ଏଥିପାଇଁ ସମୟ ଥାଉଁଣୁ ଏହି ପ୍ରଦୂଷଣ କୁ ରୋକିବା ପାଇଁ ଚେଷ୍ଟା କରିବା ଦରକାର | ଏହି ପୃଥିବି କୁ ତଥା ଆମର ଜୀବନ ବଂଚେଇବାକୁ ହେଲେ ଏହାର ସଂରକ୍ଷଣ ର ଉପାୟ ସବୁ ବ୍ୟକ୍ତି କରିବା ଆବଶ୍ୟକ ଅଟେ |
ଶେଷରେ ଗୋଟେ କଥା ଏ ପୃଥିବି ଆମର ନୁହଁ , ଆମେ ଖାଲି ମାତ୍ର କିଛି ଦିନର କୁଣିଆଁ | ଏହାକୁ ରକ୍ଷା କରିବା ଆମର ଦାୟିତ୍ୱ ଅଟେ | ସବୁ ମାନବ ଜାତି ଏହା ଭାବିବେ ତାହେଲେ ଆମେ ଆମ ଜୀବନ ସହିତ ଆମର ଆଗାମୀ ପାଢ଼ୀ ପାଇଁ ଏକ ସୁନ୍ଦର ପୃଥିବି ଗଢି ତୋଳି ପରିବା | ଯେମିତି ଆମେ ନିଜର ପରିବାର ର ରକ୍ଷା କରିବା ଆମର ଏକ ମୁଖ୍ୟ କର୍ତବ୍ୟ ଭାବୁଛୁ ସେମିତି ପରିବେଶ କୁ ମଧ୍ୟ ରକ୍ଷା କରିବା ଆମର ଏକ ମୁଖ୍ୟ କର୍ତବ୍ୟ | କାହିଁକି ନା ପର୍ଯାବରଣ ହିଁ ଆମର ଜୀବନ
ଟ୍ରାଫିକ ଜାମ ବଢିବା ଉପରେ ପ୍ରଦୂଷଣ ରଚନା ପଢିବା ପାଇଁ ଏଠି କ୍ଲିକ କରନ୍ତୁ
Leave a Comment
You must be logged in to post a comment.