Odishafreejobalert.com
Daily Free Job Update
Odia Essay On Education System( sikhya paddhatti)
Posted on: 25, December 2019

Odia Essay On Education System :

welcome to odisha free job alert, here we discuss an odia essay topic education system, odia essay on education system.

ଶିକ୍ଷା ଏକ ବ୍ୟାପକ ବିଷୟ ଅଟେ | ଯେଉଁଠି ଶିକ୍ଷା ର ବିସ୍ତାର ବହୁତ ବଡ଼ ସ୍ଥରରେ ଅଛି | ଆମର ଏଠି ଶିକ୍ଷାର ମହତ୍ୱ ବାସ ଏତିକି କି ଯେଉଁଠି 5 – 10 ବହି ନେଇକି ଶିକ୍ଷକ ଙ୍କ ପାଖରେ ପଢ଼ିଦେଲେ ସେ ବୁଝିଯିବ ଯେ ସେ ଜଣେ ଶିକ୍ଷିତ | ଏବଂ ଯିଏ ଯେତେ ଅଧିକ ସ୍କୁଲ କଲେଜ ଯାଇ ଅଧ୍ୟାପକ ଙ୍କ ଠାରୁ ଶିକ୍ଷା ନେଇଥାଏ ସେ ଅଧିକ ଶିକ୍ଷିତ ହୋଇଥାଏ | ଆଜିକାଲି ଲୋକ ମାନେ ମାନୁଛନ୍ତି କି ଯଦି ଜଣେ ବ୍ୟକ୍ତି ଅକ୍ଷର ସହିତ ପରିଚିତ ସେ ଶିକ୍ଷିତ ଅଟେ | ମା ସ୍ୱରସ୍ୱତୀ ବନ୍ଦନା ରୁ ଆରମ୍ଭ କରି ଗୁରୁକୁଳ ରେ ଯୋଗ୍ୟ ଗୁରୁ ମାନଙ୍କ ଦ୍ୱାରା ମିଳୁଥିବା ମୌଖିକ ଶିକ୍ଷା ଯାଏଁ ଏତିକି ରୁ ଜଣା ପଡିଥାଏ ଶିକ୍ଷା ର ମହତ୍ୱ କେତେ ଅଟେ |


ପ୍ରଦୂଷଣ ଉପରେ ରଚନା ପଢିବା ପାଇଁ ଏଠି କ୍ଲିକ କରନ୍ତୁ 


ଆଗରୁ ସମାଜ ରେ ବର୍ଣ୍ଣ ବ୍ୟବସ୍ଥା ଉପରେ ଆଧାରିତ ଥିବା କାରଣରୁ ସବୁ ବର୍ଗର ପିଲା ମାନେ ଶିକ୍ଷା ନେବାର ଅଧିକାର ପାଇଁ ପାରୁ ନଥିଲେ | ଧୀରେ ଧୀରେ ସମାଜ ରେ ପରିବର୍ତନ ଆସିଲା ଓ ଏହି ବର୍ଣ୍ଣ ନୀତି ଉପରେ ବିରୋଧ ହେବାକୁ ଲାଗିଲା | ଆଜି ସମାଜ ରେ ଶିକ୍ଷା କୁ ମୌଳିକ ଅଧିକାର କରା ଯାଇଛି | ଭାରତୀୟ ସମ୍ବିଧାନ ଅନୁସାରେ ସବୁ ନାଗରିକ ଶିକ୍ଷା ପାଇବାର ଅଧିକାର ଅଛି ସେ ଯେଉଁ ଜାତି ବା ବର୍ଣ୍ଣ ହେଇ ଥାନ୍ତୁ | ବର୍ତ୍ତମାନ ସମାଜ ର ଢାଞ୍ଚା ଏମିତି ବନିଯାଇଛି ଯାହା ପାଖରେ ସାଧନ ଅଛି ସେ ଭଲ ଶିକ୍ଷା ନେଇ ପାରିବ | ଦେଶରେ ଜନସଂଖ୍ୟା ବଢିବା କାରଣରୁ ଶିକ୍ଷା ପାଇବାର ଅନୁପାତ ଅଶିକ୍ଷିତ ଲୋକ ମାନଙ୍କର ସଂଖ୍ୟା ଆଜି ମଧ୍ୟ ବହୁତ ଅଛି |

ଗୁରୁକୁଳ ର ପବିତ୍ର ବାତାବରଣ ରେ ଶିକ୍ଷା ପ୍ରାପ୍ତ କରିବା ସମୟ ଆଉ ନାହିଁ | ଦେଶରେ ଇଂରେଜ ମାନଙ୍କର ଆଗମନ କଲା ପରେ ଶିକ୍ଷା ର ଉନ୍ନତି ଘଟିଲା | ଏବେ ଦେଶରେ ବହୁତ ସାରା ସ୍କୁଲ କଲେଜ ସୃଷ୍ଟି ହୋଇଛି | ସେଥିମଧ୍ୟରୁ ଅନେକ ସରକାରୀ ଅନୁଷ୍ଠାନ ଓ ବେସରକାରୀ ଅନୁଷ୍ଠାନ ଅନ୍ତର୍ଭୁକ୍ତ ଅଟେ | ସରକାର ଶିଶୁ ମାନଙ୍କୁ ଶିକ୍ଷା ଦେବା ପାଇଁ ବହୁତ ସରକାରୀ ସ୍କୁଲ କଲେଜ ଖୋଲିଛନ୍ତି | କିନ୍ତୁ ଏବେ ଲୋକଙ୍କ ମଧ୍ୟରେ ଏମିତି ଏକ ଧାରଣା ଆସିଯାଇଛି କି ସରକାରୀ ସ୍କୁଲ ରେ ଭଲ ଶିକ୍ଷା ଦିଆ ଯାଉନି ସେମାନେ ନିଜ ଶିଶୁ ମାନଙ୍କୁ ବେସରକାରୀ ସ୍କୁଲ ରେ ପଢ଼ାଉଛନ୍ତି | ଏତେ ସବୁ ସ୍କୁଲ ଖୋଲିଲାଣି ଯେ ସରକାରୀ ସ୍କୁଲ ଠାରୁ ବେସରକାରୀ ସ୍କୁଲ ବେଶୀ ପରିମାଣରେ ତିଆରି ସୃଷ୍ଟି ହେଉଛି |


କମ୍ପୁଟର ରିଭୋଲେସନ ଉପରେ ରଚନା ପଢିବା ପାଇଁ ଏଠି କ୍ଲିକ କରନ୍ତୁ 


ଆଗ କାଳରେ ଗୁରୁକୁଳରେ ଶିକ୍ଷା ଦିଆଯାଉଥିଲା | କିଛି ଦିନ ପରେ ସେ ପଦ୍ଧତି ବଦଳି ଛୋଟ ଛୋଟ ସ୍କୁଲ ରେ ଶିକ୍ଷା ଦିଆଗଲା କିନ୍ତୁ ଏବେ ଶିକ୍ଷା ର ପଦ୍ଧତି ପୁରା ବଦଳି ଯାଇଛି | ଆଗରୁ ଛାତ୍ର ମାନେ ବ୍ୟାଗ ବହି ପତ୍ର ନେଇକି ସ୍କୁଲ କୁ ଯାଉଥିଲେ କିନ୍ତୁ ଏବେ ଆଉ ସେହି ପଦ୍ଧତି ଆଉ ଚାଲୁନାହିଁ | ଆଜିର କମ୍ପୁଟର ଯୁଗରେ ବେସରକାରୀ ସ୍କୁଲ କଲେଜ ରେ ବହି ପତ୍ର ଦରକାର ପଡୁନାହିଁ ସମସ୍ତ ପାଠ୍ୟ ପୁସ୍ତକ କମ୍ପୁଟରୀକୃତ ହେଇ ସାରିଛି| ଯଦି ଆମେ ଶିକ୍ଷା ପଦ୍ଧତି କଥା କହିବା ଶିକ୍ଷା କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି |

(1) ପ୍ରାଚୀନ ଶିକ୍ଷା ପଦ୍ଧତି
(2) ନୁଆଁ ଶିକ୍ଷା ପଦ୍ଧତି

ପ୍ରାଚୀନ ଶିକ୍ଷା ପଦ୍ଧତି –

ପ୍ରାଚୀନ କାଳ ର ଶିକ୍ଷା ପଦ୍ଧତି ଆଜି ର ଶିକ୍ଷା ପଦ୍ଧତି ରୁ ଅଲଗା ଥିଲା | ଆଜିର ଶିକ୍ଷା ବହି ରୁ ଆରମ୍ଭ କରି କମ୍ପୁଟରୀକୃତ ହେଇସାରିଛି କିନ୍ତୁ ପ୍ରାଚୀନକାଳ ର ଶିକ୍ଷା ବ୍ୟବହାରିକ ଥିଲା | ଶିଶୁ ମାନେ ନିଜ ଘର ଛାଡି ଗୁରୁକୁଳ କୁ ଶିକ୍ଷା ନେବା ପାଇଁ ଯାଉଥିଲେ | ଶିଶୁ ମାନଙ୍କୁ ଏକ ସରଳ ଜୀବନ ଯାପନ କରିବାକୁ ପଡୁଥିଲା | ଗୁରୁକୁଳରେ ଶିକ୍ଷାର୍ଥୀ ମାନଙ୍କୁ ସବୁ ପ୍ରକାର ର ଶିକ୍ଷା ଦିଆ ଯାଉଥିଲା | ସେଇ ସମୟରେ ବହୁତ ମହର୍ଷି ଥିଲେ ଯେଉଁମାନେ ଶିକ୍ଷା ପ୍ରଦାନ କରୁଥିଲେ | ସେମାନଙ୍କ ମଧ୍ୟରେ ଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ , ବିଶ୍ୱାମିତ୍ର, ବାଲ୍ମୀକି, ଗୌତମ, ଭରଦ୍ୱାଜ , ଶଙ୍କରାଚାର୍ଯ୍ୟ ଆଦି ବହୁତ ପରିଚିତ ଥିଲେ | ଏହି ସମୟରେ ଶିକ୍ଷାର୍ଥୀ ଙ୍କୁ ବୈଦିକ ଜ୍ଞାନ , ଅସ୍ତ୍ର ଶସ୍ତ୍ର ବିଷୟରେ ଜ୍ଞାନ ଏବଂ ଅଲଗା ବିଷୟ ପ୍ରତି ଶିକ୍ଷା ଦିଆଯାଉଥିଲା | 1850 ମସିହା ପର୍ଯ୍ୟନ୍ତ ଭାରତରେ ଗୁରୁକୁଲ ର ପ୍ରଥା ଚାଲୁ ରହୁଥିଲା | ଇଂରେଜ ଶିକ୍ଷାର ପ୍ରଚଳନ ହେବା ପରେ ଭାରତରେ ଗୁରୁକୁଳ ଶିକ୍ଷା ର ଅନ୍ତଃ ଘଟିଲା ତା ସ୍ଥାନରେ କନଭେନ୍ଟ ଓ ପବ୍ଲିକ ସ୍କୁଲ ମାନ ଗଢି ଉଠିଲା |


ଟ୍ରାଫିକ ଯାମ ବଢିବା ଉପରେ ରଚନା ପଢିବା ପାଇଁ ଏଠି କ୍ଲିକ କରନ୍ତୁ 


ନୁଆଁ ଶିକ୍ଷା ପଦ୍ଧତି :

ଆମ ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତି 1986 ମସିହାରେ ବନା ଯାଇଥିଲା ଏବଂ ଏହାର ସଂଶୋଧନ 1992 ମସିହାରେ ହୋଇଥିଲା | ଆଜିର ଶିକ୍ଷା ପଦ୍ଧତି ରେ ବହୁତ କିଛି ବଦଳିଛି | ସମସ୍ତେ ଶିକ୍ଷା ପାଇବାର ଅଧିକାର ପାଇ ପାରୁଛନ୍ତି | ସମସ୍ତେ ସ୍କୁଲ କଲେଜ ଯାଇ ପାରୁଛନ୍ତି | ସ୍କୁଲରେ ଏକ ନିର୍ଧାରିତ ପାଠ୍ୟ ଖସଡ଼ା ନେଇ ବିଦ୍ୟାର୍ଥୀ ଙ୍କୁ ଶିକ୍ଷା ଦିଆଯାଉଛି | ଏବେ ଏତେ ଶିକ୍ଷା ପ୍ରଣାଳୀ ଏତେ ଆଧୁନିକ ହେଇଗଲାଣି ଯେ ପିଲାମାନଙ୍କୁ କମ୍ପୁଟର ଦ୍ୱାରା ଶିକ୍ଷା ଦିଆଯାଉଛି | ପିଲା ମାନଙ୍କୁ ପଢିବା ପାଇଁ ବହୁତ ସାରା ପାଠ୍ୟ ପୁସ୍ତକ ମିଳୁଛି ଯାହାକୁ ପିଲା ମାନେ ପଢି ଅଧିକ ଶିକ୍ଷା ନେଇ ପାରୁଛନ୍ତି |

ଏହି ପ୍ରକାର ରେ ଯଦି ଆମେ ଦେଖିବା ଯେଉଁଠି ପୁରୁଣା ପଦ୍ଧତି ରେ ଗୁରୁକୁଳ ରେ ଶିକ୍ଷା ଦିଆଯାଉଥିଲା ଆଜି ସେଭଳି ଜଣେ ଛାତ୍ର ଭଲ ଶିକ୍ଷା ନେବା ପାଇଁ ନିଜ ଦେଶ ଛାଡି ବାହାରକୁ ଯିବାକୁ ପଡୁଛି | ଏମିତି ବି ଆଗ କାଳରେ ଥିବା ଗୁରୁ ମାନଙ୍କର ପ୍ରଚେଷ୍ଟା ଯାହା ଥିଲା ଆଜିର ଶିକ୍ଷକ ମାନଙ୍କର ପ୍ରଚେଷ୍ଟା ମଧ୍ୟ ଶିଶୁଙ୍କୁ ଭଲ ଶିକ୍ଷା ଦେବା ଉପରେ ହିଁ ହୋଇଥାଏ |


ଶିକ୍ଷାର ମହତ୍ୱ ଉପରେ ରଚନା ପଢିବା ପାଇଁ ଏଠି କ୍ଲିକ କରନ୍ତୁ 


Join Our Telegram Channel for More Update


, , , ,