Essay on ideal student
( ଆଦର୍ଶ ବିଦ୍ୟାର୍ଥୀ ଉପରେ ଓଡ଼ିଆ ରଚନା)
Odia Essay on Ideal Student
ଆଦର୍ଶ ବିଦ୍ୟାର୍ଥୀ ସେ ହୋଇଥାଏ ଯିଏକି ଆଦର୍ଶ ରାଷ୍ଟ୍ର ର ନିର୍ମାଣ କରିଥାଏ | ଆଦର୍ଶତା କୌଣସି ମନୁଷ୍ୟର ଉପସ୍ଥିତ ଥିବା ଗୁଣ , ସଦ୍ବୁଦ୍ଧି , ସଦାଚିନ୍ତନ ଭଳି ସଂସ୍କାର କୁ ପରିଲକ୍ଷିତ କରିଥାଏ | ବିଦ୍ୟାଳୟ ରେ ଏକ ଛାତ୍ର ର ଆଦର୍ଶବାଦୀ ହେବାର ପ୍ରମାଣ ଏହା ହୋଇଥାଏ କି ସେ କେତେ ଅନୁଶାସିତ ରେ ଅଛି , ତା ପାଖରେ କେତେ ଗୁରୁଜନ ମାନଙ୍କ ପ୍ରତି କେତେ ଆଦର ଏବଂ ସମ୍ମାନ ରହିଛି | ପ୍ରକୃତି ଯେତେବେଳେ ଜୀବନ ର ସୃଜନ କରିଥାଏ ସେତେବେଳେ ଜୀବନ ସାଥେ ସାଥେ ସଂସ୍କାର କୁ ମଧ୍ୟ ସୃଜନ କରିଥାଏ ଏବଂ ସଂସ୍କାର ସୂଚୀ ରେ ଆଦର୍ଶତା ପ୍ରଥମ ସ୍ଥାନରେ ରହିଥାଏ |
ଯେତେବଳେ ଶିଶୁଟି ବିଦ୍ୟାଳୟ ଯାଇଥାଏ ସେତେବଳେ ତାକୁ ନିୟମ ଅନୁସାରେ ବ୍ୟବହାର କରିବାକୁ ପଡିଥାଏ | ଯାହା ଫଳରେ ତା ଭିତରେ ଅନୁଶାସନ ମଞ୍ଜିର ରୋପଣ ହୋଇଥାଏ | ଅନୁଶାସନ ପ୍ରଥମ ପାହାଚ ଅଟେ ଯାହା ଏକ ବିଦ୍ୟାର୍ଥୀକୁ ଆଦର୍ଶ ବଣେଇବାରେ ସହାୟକ ହୋଇଥାଏ | ଏକ ଆଦର୍ଶ ବିଦ୍ୟାର୍ଥୀ କୁ ଆଦର୍ଶ ବାନେଇବାରେ ସହାୟକ ହେଇଥାଏ ଏକ ଆଦର୍ଶ ବିଦ୍ୟାର୍ଥୀ |ସେ ବିଦ୍ୟାଳୟରେ ଗୁରୁଜନ ମାନଙ୍କର ପ୍ରିୟ ହୋଇଥାଏ | ଏକାଗ୍ରତା, ସବୁବେଳେ ସତ୍ୟ ମାର୍ଗରେ ଚାଲିବା, ଅନ୍ୟ ଲୋକଙ୍କ ପ୍ରତି ପ୍ରେମଭାବ ରଖିବା ଏସବୁ ସାରା ଗୁଣ ଏକ ଆଦର୍ଶ ବିଦ୍ୟାର୍ଥୀ ପାଖରେ ରହିଥାଏ |
କମ୍ପୁଟର ରିଭୋଲୁସନ ବିଷୟରେ ରଚନା ପଢିବା ପାଇଁ ଏଠି କ୍ଲିକ କରନ୍ତୁ
କୌଣସି ଦେଶ ର ପେହେଚାନ ସେଇ ଦେଶର ସଭ୍ୟତା ଏବଂ ସଂକୃତି ଦ୍ୱାରା ହୋଇଥାଏ ଏବଂ କୌଣସି ଦେଶର ସଭ୍ୟତା ଏବଂ ସଂସ୍କୃତି ଏକ ଆଦର୍ଶ ନାଗରିକ ହିଁ କରିଥାଏ | ଭାରତରେ ଏମିତି ବହୁତ ମହାନ ବିଚାରକ ଏବଂ ବିଦ୍ୱାନ ଥିଲେ ଯେଉଁମାନେ ବିଦ୍ୟାର୍ଥୀ ଜୀବନରେ ନିଜର ଆଦର୍ଶତା ର ଏମିତି ପରିଚୟ ଦେଇଥିଲେ କି ଶିକ୍ଷକ ଙ୍କ ଦ୍ୱାରା ସେମାନଙ୍କର ଉଜ୍ଵଳ ଭବିଷ୍ୟ ର ଘୋଷଣା ସେମାନଙ୍କର ବିଦ୍ୟାର୍ଥୀ ଜୀବନରେ ହିଁ କରି ଦେଇଥିଲେ |
ଆଦର୍ଶତା ଏକ ବିଦ୍ୟାର୍ଥୀ କୁ ପ୍ରେମ , ଭାବ , ତ୍ୟାଗ ବଳିଦାନ ଗୁଣ ର ବିକାଶ କରିଥାଏ | ଏହାକୁ ଏକ ଛୋଟ କାହାଣୀ ମାଧ୍ୟମରେ ବୁଝାଇବା ପାଇଁ ଚାହୁଁଛି | ଯାହାକି ଆମର ବର୍ତମାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଦ୍ୟାର୍ଥୀ ଜୀବନ ସହିତ ଜଡିତ ଅଟେ| ସେ ଯେଉଁ ବିଦ୍ୟାଳୟ ରେ ପଢୁଥିଲେ ସେଠି ତାଙ୍କର ଏକ ସାଙ୍ଗ ଥିଲେ , ଏବଂ ସେ ବହୁତ ଗରିବ ଥିଲେ | ତାଙ୍କର ପାଖେ ବିଦ୍ୟାଳୟ କୁ ଯିବା ପାଇଁ ପୋଷାକ ମଧ୍ୟ ନଥିଲା| ସେ ଗରିବ ହେଇଥିବାରୁ ପୋଷାକ ମଧ୍ୟ କିଣି ପାରୁ ନଥିଲେ ଯାହା ଫଳରେ ସେ ପ୍ରତିଦିନ ଶିକ୍ଷକଙ୍କ ଠୁ ଗାଳି ମଧ୍ୟ ଶୁଣୁଥିଲେ | ସବୁଦିନ ଗାଳି ଶୁଣିବା ପରେ ସେ ସ୍କୁଲ ଆସିବା ବନ୍ଦ କରିଦେଲେ | ତାଙ୍କର ଅନୁପସ୍ଥିତି ବାଳକ ନରେନ୍ଦ୍ର କୁ ବହୁତ ଦୁଃଖ ଲାଗିଲା , ସେ ରାତି ଦିନ ଖାଲି ଚିନ୍ତା କଲେ କେମିତି ତାଙ୍କୁ ସେ ସାହାଯ୍ୟ କରି ପାରିବେ ଓ ସେ ପୁଣି କେମିତି ପାଠ ପଢିବେ | ନରେନ୍ଦ୍ର ମଧ୍ୟ ବହୁତ ଗରିବ ପରିବାରର ଥିଲେ, ତାଙ୍କ ପାଖରେ ଏତେ ପଇସା ନଥିଲା କି ସେ ତାଙ୍କୁ ସାହାଯ୍ୟ କରିପାରିବେ | ସେ ଏକ ବୁଦ୍ଧି ଖୋଜିଲେ , ନିଜର ସବୁ ସାଙ୍ଗକୁ ନେଇକି ଏକ ଛୋଟ ନାଟକ କଲେ , ତାକୁ ଦେଖିବା ପାଇଁ ଗାଁ ର ଲୋକମାନେ ଆସିଲେ | ନାଟକ ଦେଖିବା ବଦଳରେ ସେ କିଛି ପଇସା ଗାଁ ଲୋକଙ୍କୁ ଠୁ ମାଗିଲେ ଏବଂ ତାଙ୍କ ସାଙ୍ଗକୁ ନୁଆଁ ପୋଷାକ ଦେଲେ ତା ପରେ ତାଙ୍କ ସାଙ୍ଗ ସବୁଦିନ ସ୍କୁଲକୁ ଆସିଲେ | ଏମିତି ଭାବରେ ନରେନ୍ଦ୍ର ମୋଦି ତାଙ୍କ ସାଙ୍ଗକୁ ସାହାଯ୍ୟ କରିଥିଲେ |
ପ୍ରଦୂଷଣ ଉପରେ ରଚନା ପଢିବା ପାଇଁ ଏଠି କ୍ଲିକ କରନ୍ତୁ
ଉପଯୁକ୍ତ କାହାଣୀ ଏମିତି ଅଟେ କି ଯେତେବେଳେ କୌଣସି ବିଦ୍ୟାର୍ଥୀ ଆଦର୍ଶତା ର ମାର୍ଗରେ ଚାଲିଥାଏ, ତାହେଲେ ପ୍ରେମ , ସଦଭାବନା ଭଳି ଗୁଣ ତା ପାଖରେ ଆପେ ଆପେ ବିକଶିତ ହେଇଯାଇଥାଏ |
ବର୍ତମାନ ସମୟରେ ବିଦ୍ୟାର୍ଥୀ ର ପରିଭାଷା ବଦଳିଗଲାଣି | ତାଙ୍କୁ ତ ବିଦ୍ୟାର୍ଥୀ କୁହା ଯିବନି ବରଂ ତାକୁ ଏକ ସାଧାରଣ ବାଳକ ଭାବରେ ଗଣାଯିବ | ଆଜିକାଲି ପିଲାଙ୍କୁ ଇଂରାଜୀ ସ୍କୁଲ ରେ ପଢ଼ାଇବାରେ ସମସ୍ତେ ବ୍ୟସ୍ତ | ଆଜିକାଲି ପିଲାଙ୍କୁ ଏହି ସାଧାରଣ କଥା ଜଣା ନାହିଁ କି ମା ସାରଦା କିଏ ? ବନ୍ଦେ ମାତରମ ଯେଉଁଟା ଆଗରୁ ବିଦ୍ୟାଳୟ ରେ ଅନିବାର୍ଯ୍ୟ ରୂପରେ ଗାନ କରାଯାଉଥିଲା ତାହା ଏବେ ବିଲୁପ୍ତ ହେଇ ଯାଉଛି | ପିଲା ମାନେ ନିଜର ମାତୃଭାଷା ପ୍ରତି ଆଦର କରୁ ନାହାନ୍ତି | ସେଥିପାଇଁ ଓଡ଼ିଆ ରେ ଗୋଟେ ଲେଖା ଅଛି |
” ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ” |
ଶେଷରେ ଗୋଟେ କଥା କହିବି ଏକ ଆଦର୍ଶ ରାଷ୍ଟ୍ର ର ନିର୍ମାଣ ଆଦର୍ଶ ନାଗରିକ ମାନଙ୍କ ଦ୍ୱାରା ହୋଇଥାଏ | ଏବଂ ସେହି ଆଦର୍ଶ ନାଗରିକ ଵନିବା ପାଇଁ ହେଲେ ପ୍ରଥମେ ଏକ ଆଦର୍ଶ ବିଦ୍ୟାର୍ଥୀ ହେବାକୁ ପଡିବ | କେବଳ ଦେଶର ନୁହଁ ନିଜର ପରିବାର , ନିଜର ସମାଜ ,ନିଜର ଗାଁ ର ଗାରିମା ରଖିବା ପାଇଁ ହେଲେ ଏକ ଆଦର୍ଶ ବିଦ୍ୟାର୍ଥୀ ର ଏକ ଇତ୍ୟନ୍ତ ଆବଶ୍ୟକ ଅଟେ |
Click here to Read About Dipabali in Enlglish
Leave a Comment
You must be logged in to post a comment.