ସମୟ ର ସଦୁପଯୋଗ ଉପରେ ରଚନା [Essay On Good Use Of Time]
welcome to odisha free job alert, here we discuss an odia essay samayara sadupojg , which help to your odisha competitive exam.
ସଂସାର ରେ ସମୟ ସବୁଠୁ ଅଧିକ ମହତ୍ୱପୂର୍ଣ୍ଣ ଏବଂ ମୂଲ୍ୟବାନ ଧନ ମନା ଯାଉଅଛି | ଏଥିପାଇଁ ଏହି ମୂଲ୍ୟବାନ ଧନ ଅର୍ଥାତ ସମୟ କୁ ବ୍ୟର୍ଥ ତଥା ନଷ୍ଟ କରିବା ଦରକାର ନାହିଁ କାହିଁକିନା ବିତି ଯାଉଥିବା ସମୟ କେବେ ଫେରି ଆସି ନଥାଏ | ଏହି ବିଷୟରେ ଏକ ପ୍ରସିଦ୍ଧ ମହାପୁରୁଷ କହିଥିଲେ ” ଯାଇଥିବା ସମୟ ଆଉ କେବେ ଆସିନଥାଏ , ସମୟ କାହାକୁ ଅପେକ୍ଷା କରି ନଥାଏ ” | ସମୟର ମହତ୍ୱ ଏହି କଥାରୁ ସ୍ପଷ୍ଟ ହେଇଯାଇଥାଏ ଯଦି ଆମେ ଧନ ହରାଇଲେ ତାକୁ ପୁନଃ ପାଇ ପାରିବା, ସ୍ୱାସ୍ଥ୍ୟ ହରାଇଲେ ପୁଣି ଆଉଥରେ ତାକୁ ବନେଇ ପରିବା କିନ୍ତୁ ସମୟ ଥରେ ବିତାଇଦେଲେ , ଫେରି କେବେ ଆସିନଥାଏ | ଯେଉଁ ବ୍ୟକ୍ତି ସମୟ କୁ ସଦୁପଯୋଗ କରିଥାଏ ସେ ଜୀବନରେ ସଫଳ ହୋଇଥାଏ |
ପ୍ରଦୂଷଣ ଉପରେ ରଚନା ପଢିବା ପାଇଁ ଏଠି କ୍ଲିକ କରନ୍ତୁ
ଆମର ଜୀବନ ପ୍ରତ୍ୟକ କ୍ଷଣ ସୀମିତ ରହିଥାଏ | ଆମେ କୌଣସି କାର୍ଯ୍ୟ କୁ ସୀମିତ ସମୟରେ କରିବା ଜାଗାରେ ସମୟ ର ମୂଲ୍ୟ ନଜାଣି ତାକୁ ଟାଳିଦେଇ ଥାଉ ଓ ପଛରେ ପୁଣି ପସ୍ତେଇଥାଉ କି କାଶ ସେହି ସମୟରେ କାମଟି କରିଦେଇଥାନ୍ତି | ଏଥିପାଇଁ ପ୍ରତ୍ୟକ କାର୍ଯ୍ୟ ଆମକୁ ଠିକ ସମୟ ରେ କରିନେବା ଦରକାର | ଏମିତି ଭି ଭଗବାନ ଆମକୁ ଯେତେ ସମୟ ଦେଇଛନ୍ତି ତାଠୁ ଅଧିକ କାହା ପାଖରେ ଗୋଟେ କ୍ଷଣ ମଧ୍ୟ ନ ଥାଏ | ଏଥିପାଇଁ ଆମେ ଆମ ଜୀବନର ପ୍ରତ୍ୟକ କ୍ଷଣ କୁ ସଦୁପଯୋଗ କରିବା ଉଚିତ | ସମୟ ସଦୁପଯୋଗ କରି ନିର୍ଧନ ଧନଵାନ , ନିର୍ବଲ ସବଳ , ମୂର୍ଖ ବିଦ୍ୱାନ ହେଇଯାଇଥାଏ |
ସମୟ ସଦୁପଯୋଗ ର ବିଧି : ସମୟ ସଦୁପଯୋଗ ର ସବୁଠୁ ଭଲ ବିଧି ଅଟେ | ପ୍ରତ୍ୟକ କାର୍ଯ୍ୟ କୁ କରିବା ପାଇଁ ଏହାର ଅନୁକୂଳ ସମୟ ତୟ କରିବା ତଥା ସମୟ ର ଅନୁକୂଳ କାର୍ଯ୍ୟ କୁ ନିର୍ଦ୍ଧାଧିତ କରିବା | ଆଳସ୍ୟ ମନୁଷ୍ୟ ର ସବୁଠୁ ବଡ଼ ଶତ୍ରୁ ଅଟେ | ଅଳସୁଆ ମଣିଷ କେବେବି ସମୟ ର ସଦୁପଯୋଗ କରି ପାରେ ନାହିଁ | ଅଳସୁଆ ତା ଉନ୍ନତିର ମାର୍ଗରେ ସବୁଠୁ ବଡ଼ ବାଧା ଵନିଯାଇଥାଏ | ଅଳସୁଆ କାରଣରୁ ସେ ସମୟର ମହତ୍ୱ କୁ ବୁଝିପାରେ ନାହିଁ | ଏହିଥିପାଇଁ ଆଳସ୍ୟ ତ୍ୟାଗ କରି ସମୟ ଉପରେ ଧ୍ୟାନ ରଖିବା ଉଚିତ | ତେବେହିଁ ଏକ ଅଳସୁଆ ବ୍ୟକ୍ତି ସମୟ ସହିତ ଚାଲି ପାରିବ |
ସମୟ ରହିବା ଆଗରୁ ପ୍ରତ୍ୟକ କାର୍ଯ୍ୟ କରିନେବା ଉଚିତ ଏହା ଆମେ ମାନିଥାଉ ଏବଂ ଏହାକୁ ପାଳନ କରିବା ମଧ୍ୟ ଉଚିତ | ପରନ୍ତୁ ଏହା ପରେ ମଧ୍ୟ ମଣିଷ ପାଖରେ ଅଧିକ ଆଳସ୍ୟ ରହିଲେ ତାହା ତା ପାଇଁ ବହୁତ ହାନିକାରକ ହୋଇଥାଏ | ଏହାକୁ ନେଇକି ଏକ କାହାଣୀ ଅଛି ଶୁଣନ୍ତୁ |
ଏକ ଆଦର୍ଶ ବିଦ୍ୟାର୍ଥୀ ବିଷୟରେ ରଚନା ପଢିବା ପାଇଁ ଏଇଠି କ୍ଲିକ କରନ୍ତୁ
ଏକ ଗରିବ କୃଷକ ଥିଲା | ତାର ଚାରି ପୁତ୍ର ଥିଲେ | ପରନ୍ତୁ ଚାରି ପୁତ୍ର ବହୁତ ଅଳସୁଆ ଥିଲେ | କୃଷକ ତାଙ୍କର ଏହି ଅଭ୍ୟସ ରେ ବହୁତ ପରିଶାନ ଥିଲା | ତାଙ୍କର କିଛି ଜମି ଥିଲା | ଯାହାର କାମ ସେ ଏକୁଟିଆ କରୁଥିଲେ | ଯଦି କୌଣସି ପୁତ୍ର କୁ କାମ ପାଇଁ କୃଷକ ଡାକୁଥିଲା ତା ପୁତ୍ର ମାନେ କିଛି ନା କିଛି ବାହାନା କରି କଥା କୁ ଟାଳି ଦେଉଥିଲେ | ଏହି କାରଣରୁ କାମ ଠିକ ଭାବରେ ହେଇପାରୁନଥିଲା | ଯାହାଫଳରେ କୃଷକ ଭଲ ଭାବରେ ଶସ୍ୟ ଉତ୍ପନ କରି ପାରୁନଥିଲା | କିନ୍ତୁ ଗୋଟେ ଦିନ କଥା , କୃଷକ ର ସ୍ୱାସ୍ଥ୍ୟ ବହୁତ ଖରାପ ଥିଲା ଓ କୃଷକ କୁ ଜମି ଖୋଲିବାର ଥିଲା କିନ୍ତୁ ସବୁଦିନ ପରି ତାର ପୁତ୍ର ମାନେ ଅଳସୁଆ ହୋଇ କାମ କରିବାକୁ ଯାଇନଥିଲେ | ସେତେବେଳେ କୃଷକ ନିଜର ପୁତ୍ର ମାନଙ୍କୁ ସୁଧାରିବା ପାଇଁ ଚିନ୍ତା କଲା ଏବଂ ତାର ଚାରି ପୁତ୍ର କୁ ଡାକି କହିଲା ମୁଁ ଆଜି ତୁମକୁ କିଛି କହିବି, ମୁଁ ଏହି କଥା ବହୁତ ଦିନ ଆଗରୁ କହିବି ଭାବୁଥିଲି କିନ୍ତୁ କହିପାରୁନଥିଲି | କୃଷକ ଟି କହିଲା ଆମର ଯେଉଁ ଜମି ଅଛି ତା ଭିତରେ ବହୁତ ସାରା ସୁନା ଲୁଚି ରହିଛି | ଏହି କଥା ମୋତେ ଜଣେ ମହାନ ଋଷି କହିଲେ କିନ୍ତୁ କୋଉଠି ଅଛି ସେ ମୋତେ କହି ନଥିଲେ | ସେତେବେଳେ ତା ପୁତ୍ର ମାନେ କହିଲେ ପିତାଜୀ ଏହି କଥା ଆମକୁ ଆପଣ କାହିଁକି ଆଗରୁ କହି ନଥିଲେ , କୃଷକ କହିଲା ମୋତେ ଆଜି ଋଷି ଜଣଙ୍କ ଆସିକି କହିଲେ କିନ୍ତୁ ମୋର ଦେହ ଖରାପ ମୁଁ ଖୋଲିବାକୁ କେମିତି ଯିବି | ତାପରେ କୃଷକ ଙ୍କ ପୁତ୍ରମାନଙ୍କ ମନରେ ଲୋଭ ଆସିଗଲା ଭାବିଲେ ଯଦି ସୁନା ର ଗଦା ମିଳିଯିବ ସେମାନେ ବହୁତ ପଇସା ପାଇବେ, ନୌକର ଚାକର ରଖିବେ , ଆରାମ ରେ ଶୋଇବେ | ତାପରେ ସେମାନେ କୃଷକ କୁ ପଚାରିଲେ ଆମେ କେମିତି ଏହି ସୁନା କୁ ପାଇବୁ କୃଷକ ଉତ୍ତର ଦେଲା କହିଲା ସୁନା ତ ମିଳିଯିବ କିନ୍ତୁ ଏହି ଜମିକୁ ଖୋଲିବାକୁ ପଡିବ ସେତେବେଳେ ପୁତ୍ରମାନେ କହିଲେ ବାପା ଆମେ ଏବେ ଖୋଲିବୁ ଓ ଆଜି ହିଁ ଖୋଲିବା ଆରମ୍ଭ କରିବୁ କହି ଶାବଳ କୋଦାଳ ଧରି ଜମି ଖୋଲିବାକୁ ବାହାରି ଗଲେ | କିଛି ଦିନ ଖୋଲିବା ପରେ ମଧ୍ୟ ସୁନା ବାହାରିଲା ନାହିଁ ତାପରେ ସେମାନେ ଆସି କୃଷକ କୁ ପଚାରିଲେ ପିତାଯୀ ଆମେ ଏତେ ଖୋଲିଲୁ କିନ୍ତୁ ସୁନା ଜମା ବାହାରୁନି କଣ ପାଇଁ ? କୃଷକ କହିଲେ ସୁନା ତ ବାହାରିସାରିଲାଣି କିନ୍ତୁ ତାକୁ ତୁମେ ଦେଖିପାରୁନ ଆଉ ଗୋଟେ କାମ କର ତମେ ଦେଖିପାରିବ | କୃଷକ କହିଲେ ଏହି ଜମିରେ ଯଦି ତମେ ଧାନ ମଞ୍ଜି ବିଞ୍ଚିବ ତାହେଲେ କିଛି ଦିନ ପରେ ସୁନା ଗୁଡିକ ଉପରକୁ ଆସିଯିବ | କୃଷକଙ୍କ କଥା ଶୁଣି ବଡ଼ ପୁତ୍ର ଜମିରେ ଧାନ ମଞ୍ଜି ବୁଣିଲା | କିଛି ଦିନ ପରେ କୃଷକ ନିଜ ଚାରି ପୁତ୍ର କୁ ଡାକି ଚାଷ ଜମି କୁ ଗଲେ ଏବଂ ହେଇଥିବା ଧାନ କୁ ଦେଖାଇକି କହିଲେ ଏ ହେଉଛି ସୁନା ଏହାକୁ ବିକ୍ରି କରିକି ତମେ ତୁମର ସୁନା ପଇସା ପାଇ ପାରିବ | ତାପରେ ପୁତ୍ରମାନେ ନିଜର ଭୁଲ ଜାଣି ପାରିଲେ ଓ ବାପାଙ୍କୁ କ୍ଷମା ମାଗିଲେ |
କମ୍ପୁଟର ରିଭୋଲେସନ ବିଷୟରେ ରଚନା ପଢିବା ପାଇଁ ଏଠି କ୍ଲିକ କରନ୍ତୁ
ତାହେଲେ ଆପଣ ମାନେ ଦେଖିଲେ ନା ଅଳସୁଆ ମଣିଷକୁ କିଛି କାମ କରିବାକୁ ଦେଇନଥାଏ ପରନ୍ତୁ ଯଦି ଆମେ ଅଳସୁଆ କୁ ତ୍ୟାଗ କରିବା ଆମର ପରିଶ୍ରମ ର ଫଳ ଆମକୁ ନିଶ୍ଚିତ ମିଳିବ | ଏଥିପାଇଁ ଆମକୁ ଅଳସୁଆ ଛାଡିକି ସମୟ ସାଥେ ଚାଲିବା ଦରକାର ଏବଂ ନିଜର ପରିଶ୍ରମ ରେ ସେଇ ସୁନା ଗଦା କୁ ଖୋଜିବାର ଅଛି |
ସମୟ ର ସଦୁପୋଯୋଗ ରେ ମନୁଷ୍ୟ ର ବିଚାର ଗମ୍ଭୀର ଓ ପବିତ୍ର ହେଇଥାଏ | ଆମର କର୍ତବ୍ୟ ଏହାକି ଆମେ ସମୟ ର ପୁରା ପୁରା ଏବଂ ଉଚିତ ଲାଭ ଉଠାଇବା ଦରକାର | ଖେଲ ସମୟରେ ଖେଳ ପଢିବା ସମୟରେ ପଢନ୍ତୁ | ସମୟ ର ସଦୁପଯୋଗ ଦ୍ୱାରା ହିଁ ଜୀବନରେ ସୁଖ, ଶାନ୍ତି ଏବଂ ଐଶ୍ୱର୍ଯ୍ୟ ର ପ୍ରାପ୍ତି ହୋଇଥାଏ ତଥା ମନୁଷ୍ୟ ଜୀବନ ବହୁତ ଉଚ୍ଚ କୁ ଛୁଇଁ ଥାଏ |
WOMEN SAFETY ଉପରେ ରଚନା ଇଂରାଜୀ ରେ ପଢିବା ପାଇଁ ଏଠି କ୍ଲିକ କରନ୍ତୁ
ସଂସ୍ଥାପକ : ଦିଲ୍ଲୀପ ରୋହନ
good use of time essay, odia essay, odia essay for osssc, odia essay notes, odia essay samayara sadupojog, odia essay time management, osssc odia essay, osssc time management, used of time

- ORMAS Recruitment 2021, Apply Now Here
- SRF Vacancy in ICAR IIWM Bhubaneswar Details Now.
- OPSC OAS 2021: Eligibility, Application Form, Syllabus, Admit Card, Exam Pattern and Previous year Questions
- 6432 Nursing Officer Recruitment Apply Soon
- Canara Bank Recruitment 2020: Check Syllabus, Exam Pattern, Exam Date, Salary, Vacancy Details
- Odisha SBI Apprentice Recruitment 2020: Check Syllabus, Exam Pattern, Exam Date, Salary, Vacancy Details
- SSC CHSL Examination 2020 , Check Details, Eligibility, Application Form, Apply Link
- OAVS Junior Clerk cum Accountant job vacancies apply nowhere
- Zilla Samiti Nalagarh latest job update 2020 apply Now here
- Job in Keunjhar district latest 2020 apply here
- advertisement to fill up the different vacancy under Zilla Swasthya Samiti, Balangir.
- IOCL Recruitment 2020, Check Details, Apply Direct Links Here
- Junior Executive job in Sambalpur University Check Details, Apply Now
- ICAR Field Assistant Recruitment Odisha, Check Details, Apply Now
- INEET Recruitment odisha Various Post Apply Now, Check Details, Job Details
Leave a Reply