Odisha Free Job Alert
Daily Update Job Portal
Computer Revolution Essay in Odia
Posted on: 24, December 2019

Computer Revolution: Profit and Loss

welcome to odisha free job alert, here we discus odia essay computer revolution , odia essay for osssc. 

କମ୍ପୂଟର ଏମିତି ଏକ ଶବ୍ଦ ଯାହାକି ଆଜିର ଯୁଗରେ ବହୁତ ଜଣାଶୁଣା ଶବ୍ଦ | ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ କମ୍ପୁଟର ବିଷୟରେ ଜାଣି ନଥିବ | ଛୋଟରୁ ବଡ଼ ଯାଏଁ ସମସ୍ତେ କମ୍ପୁଟର ଉପରେ ଉଣା ଅଧିକେ ଜାଣିଛନ୍ତି | କମ୍ପୁଟର ଏକ ଏମିତି ଏକ ଉପକରଣ ଯାହା ଏକ ନୂତନ ଯୁଗ ସ୍ତୃଷ୍ଟି କରିଛି | ଏହାକୁ ଆମେ କମ୍ପୁଟର ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ |

ଆମ ଦେଶରେ ସର୍ବପ୍ରଥମେ 1961 ମସିହାରେ କମ୍ପୁଟର ର ପ୍ରୟୋଗ କରାଯାଇଥିଲା କିନ୍ତୁ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶାସନ (1984-1989) ସମୟରେ ବିଭିନ୍ନ କ୍ଷେତ୍ରରେ ଭାରି ମାତ୍ରାରେ ପ୍ରଚଳନ କରାଗଲା | ସେଥିପାଇଁ ସେହି ସମୟକୁ କମ୍ପୁଟର ର କ୍ରାନ୍ତି ସମୟ ବୋଲି କୁହାଯାଇଥାଏ |

ଲିଖିତ ତଥା ଗଣନା କ୍ଷେତ୍ର ରେ ଗତ ପାଞ୍ଚ ବର୍ଷରେ ବହୁତ ଆଶ୍ଚର୍ଯ୍ୟ ଜନକ ଭାବରେ ଦେଶର ପ୍ରଗତି ହୋଇଛି | କମ୍ପୁଟର ମଧ୍ୟ ଆଶ୍ଚର୍ଯ୍ୟଜନକ ଆବିଷ୍କାର ମଧ୍ୟରୁ ଗୋଟିଏ | ଆଜିକାଲି ସମୟରେ କମ୍ପୁଟର ଏମିତି ବ୍ୟବହାର ହେଉଛି କି ଛୋଟ ଦୋକାନ ହେଲେ ମଧ୍ୟ ସେଠି କମ୍ପୁଟର ରେ ହିସାବ କିତାବ ରଖାଯାଉଛି | ଏମିତି ମଧ୍ୟ ବଡ଼ ବଡ଼ କମ୍ପାନୀ , କଳ କାରଖାନା , ବଡ଼ ବଡ଼ ହୋଟେଲ, ଷ୍ଟେସନ ସ୍ଥାନରେ କାମ କରୁଥିବା କର୍ମଚାରୀ ଙ୍କ ସଂଖ୍ୟା କମାଇବା ପାଇଁ କମ୍ପୁଟର ର ବ୍ୟବହାର କରାଯାଉଛି | କମ୍ପୁଟର ଏବେ ଏମିତି କାମ ମଧ୍ୟ କରି ପାରୁଛି ଯେଉଁଟାକି ମଣିଷ କୁ କରିବା ପାଇଁ ବହୁତ ପରିଶ୍ରମ ଲାଗିଥାଏ ଓ ବହୁତ ସମୟ ମଧ୍ୟ ଲାଗିଥାଏ କିନ୍ତୁ କମ୍ପୁଟର ତାକୁ କିଛି କ୍ଷଣ ମଧ୍ୟରେ କରି ଦେଉଛି |


ଆଦର୍ଶ ଛାତ୍ର ESSAY ଉପରେ ପଢିବା ପାଇଁ ଏଠାରେ କ୍ଲିକ କରି ପଢନ୍ତୁ 


କମ୍ପୁଟର ର ପ୍ରଥମ ପରିକଳ୍ପନା 1642 ମସିହାରେ ସାକାର ହେଇଥିଲା ଯେତେବେଳେ ଜର୍ମାନ ର ବୈଗାନିକ ବ୍ଲେଜ ପାସ୍କଲ ଦୁନିଆର ପ୍ରଥମ ସରଳ କମ୍ପୁଟର ତିଆରି କରିଥିଲେ | ଏହି କମ୍ପୂଟର ଏମିତି ବି କୌଣସି ଖାସ ଜଟିଳ କାମ କରି ପାରୁନଥିଲେ ମଧ୍ୟ ସେଇ ସମୟ ରେ ଲୋକଙ୍କ ପାଇଁ ଏକ କୌତୁହଳ ବିଷୟ ଥିଲା | ସମୟ ବିତିବା ପରେ ଅନ୍ୟ ଲୋକ ମାନେ ମଧ୍ୟ କମ୍ପୁଟର ପ୍ରତି ଆଗ୍ରହ ବ୍ୟକ୍ତ କଲେ | ତାପରେ 1680 ମସିହାରେ ଜର୍ମାନୀ ର ବିଲିଅମ ଲେବୀନଟଜ ଏକ ଏମିତି ଗଣନା ଯନ୍ତ୍ର ବାହାର କଲେ ଯାହାଦ୍ୱାରା ସେଥିରେ ଯୋଗ , ବିଯୋଗ , ଗୁଣନ , ହରଣ ଏବଂ ବର୍ଗମୂଳ ଆଦି କାମ କରା ଯାଇ ପାରୁଥିଲା | ଏତିକି ରେ ମଧ୍ୟ କମ୍ପୁଟର ଆବିଷ୍କାର ର କାମ ରୋକୀଲାନି | ତାପରେ 1801 ମସିହାରେ ସେଇ ମେସିନ ରୁ ପ୍ରେରିତ ହୋଇ ଜୋସେଫ ଏମ ଜ୍ୱାକ୍ୱାର୍ଡ଼ ଏମିତି ଏକ ଯନ୍ତ୍ର ବାହାର କଲେ ଯେଉଁଥିରୁ କମ୍ପୁଟର ବିକାଶ କୁ ବହୁତ ସହାୟତା ମିଳିଲା | ତାପରେ କମ୍ପୁଟର ର ଏମିତି ବିକାଶ ଲାଗି ରହିଲା , ପ୍ରଥମ ଜେନେରେସନ , ଦ୍ଵିତୀୟ ଜେନେରେସନ, ତୃତୀୟ ଜେନେରେସନ ଆଉ ଏବେ ଯେଉଁ କମ୍ପୁଟର ଆମେ ବ୍ୟବହାର କରୁଛୁ ସେଇଟା ଚତୁର୍ଥ ଜେନେରେସନ ର କମ୍ପୁଟର କୁହାଯାଉଛି | ଯେଉଁଟାକି ଆମ ଭାବନା ଠାରୁ ମଧ୍ୟ ଆହୁରି ସ୍ପିଡ଼ ରେ କାମ କରୁଛି | ଯଦି ଆମେ କମ୍ପୁଟର ର ଜନକ କଥା କହିବା ଚାର୍ଲସ ବ୍ୟାବେଜ୍ କୁ କମ୍ପୁଟର ର ଜନକ ବୋଲି କୁହାଯାଇଥାଏ |

ଆଜିକାଲି କମ୍ପୁଟର ବିବିଧ କାମରେ ଉପଯୋଗ ହେଉଛି | ଭାରତରେ କମ୍ପୁଟର କେତେ ଲାଭ ପ୍ରଦ ତଥା କେତେ ଅଲାଭକାରି ଏ ବିଷୟାଏ ବିଚାର କରିବା ବହୁତ ଜରୁରୀ ଅଟେ | ଏହି କଥା ତ ଆମେ ସ୍ୱୀକାର କରି ପାରିବା କି କମ୍ପୁଟର ଯେତେ ଏଡଭାନ୍ସ ମେସିନ ହେଲେ ମଧ୍ୟ ତାକୁ ଆମ ଭଳି ମଣିଷ ତିଆରି କରିଛି | ଏହାକୁ ଆମେ କହି ପାରିବେ ମାନବ ନିର୍ମିତ ଉପକରଣ ଯେଉଁଥିରେ ଆମେ ହିସାବ କିତାବ , ଅଙ୍କ , ସଂଖ୍ୟା ମାନବ ଦ୍ୱାରା ହିଁ ଭରା ଯାଇଥାଏ | ଯଦି ମାନବ କୌଣସି ତଥ୍ୟ ଭୁଲ କରିଦିଏ କମ୍ପୁଟର ତାକୁ ଠିକ ନ କଲା ଯାଏଁ ବାର ବାର ଆପଣଙ୍କୁ ଠିକ ତଥ୍ୟ ଦେବାକୁ କହିଥାଏ , ଶେଷରେ ସେ କାମକୁ ସେ ପୁରା ନିର୍ଭୁଲ ଭାବରେ କରି ଦେଇଥାଏ | ଏମିତି ଆମେ କହି ପାରିବେ କମ୍ପୁଟର କେବେ ମଧ୍ୟ ଭୁଲ କରେନାହିଁ ଯେଉଁ ପର୍ଯ୍ୟନ୍ତ ଆମେ କମ୍ପୁଟର କୁ ଭୁଲ ତଥ୍ୟ ନ ଦେଇଛୁ | ଭାରତ ଭଳି ବିକାଶସିଲ ଦେଶରେ ପ୍ରାୟତଃ ସବୁ କ୍ଷେତ୍ରରେ କମ୍ପୁଟର ର ଉପଯୋଗ କରା ଯାଉଛି | ଏହା ଦ୍ୱାରା ସବୁ କ୍ଷେତ୍ର ରେ କାର୍ଯ୍ୟ ର କୁଶଳତା ବଢୁଛି | ଏହି କ୍ଷେତ୍ର ରେ ବିଜ୍ଞାନ, ଶିକ୍ଷା , ବ୍ୟବସାୟ , ସୂଚନା, ପ୍ରୋଦ୍ୟୋଗୀକି ଆଦି ପ୍ରମୁଖ ଅଟେ | ଏହା ଦ୍ୱାରା କାର୍ଯ୍ୟ ଗୁଡିକ ଅତି ସହଜ ହେଇଯାଉଛି ତା ସହିତ ବହୁତ କମ ସମୟ ମଧ୍ୟ ଲାଗୁଛି |


ପ୍ରଦୂଷଣ ଉପରେ ରଚନା  ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ 


ଆମ ଦେଶ ବିକାଶଶିଳ ଦେଶ ଅଟେ ଯେଉଁଠାରେ ପ୍ରତିବର୍ଷ ହଜାର ନୁହେଁ ଲକ୍ଷ ଲକ୍ଷ ସଂଖ୍ୟାରେ ବେକାର ଯୁବକ ଯୁବତୀ ବଢ଼ିବାରେ ଲାଗିଛି | କମ୍ପୂଟର ଆସିବା ଦ୍ୱାରା ଜବ କ୍ଷେତ୍ରରେ ସେତିକି କର୍ମଚାରୀ ଆଉ ରଖା ଯାଉନି | କମ୍ପାନୀ ହେଲା, ଅଫିସ , ଦୋକାନ, ସପିଙ୍ଗ ମହଲ ସବୁଠି କମ୍ପୁଟରରେ କାମ ହେବା ଦ୍ୱାରା ପାଠ ପଢିଥିବା ଯୁବକ ଯୁବତୀ ମାନଙ୍କୁ କାମ ମିଳି ପାରୁନାହିଁ | ଆଗରୁ ସବୁ କାମ କରିବା ପାଇଁ କର୍ମଚାରୀ ଦରକାର ପଡୁଥିଲେ କିନ୍ତୁ ଆଜି ଆଗରୁ ଯେଉଁଠି 50 ଜଣ କର୍ମଚାରୀ ଦରକାର ପଡୁଥିଲା ଆଜି ସେଠାରେ 5 ଜଣ କର୍ମଚାରୀ ଦରକାର ପଡୁଛି | କମ୍ପୁଟରୀକରଣ ଏହି ସବୁ ପ୍ରଗତି ପାଇଁ ବାଧକ ଓ ଭୟାବହ ଅଟେ |

ବିଜ୍ଞାନ ର ଉପହାର କୁ ବ୍ୟବହାର ନକରିବା ଆଜିର ଯୁଗରେ ସମ୍ଭବ ନୁହେଁ | ଏଥିପାଇଁ କମ୍ପୁଟରୀକରଣ ଆଜିର ସମୟରେ ଏକ ବଡ଼ ବିଜ୍ଞାନ ର ଉପହାର ମନା ଯାଉଛି | ଭାରତରେ ହାରାହାରି ସବୁ ବ୍ୟବସାୟିକ ସଂସ୍ଥାନ , ବେଙ୍କ , ସରକାରୀ ସଂସ୍ଥାନ ଓ ସେବା , ଡାକ୍ତର ଖାନା , ସପିଙ୍ଗ ମହଲ, ଦୋକାନ କୁ କମ୍ପୁଟରୀକୃତ କରା ଯାଇ ସାରିଲାଣି | ଆଉ ଆଗକୁ ମଧ୍ୟ ଏହା ଲାଗି ରହିବ |


ଇଂରାଜୀ ରେ ପଢିବା ପାଇଁ ଏଠି କ୍ଲିକ କରନ୍ତୁ 


 


, , , , , , , , ,

Comments are closed.